ତୁମକୁ ଭେଟିବା ପରେ -011 (Tumaku Bhetiba Pare -11 / Odia Poem)
S
0
Altın Yaprak
ଆଜିର ବିଦାୟ ବେଳା
ଭରିଥିଲା ଅମୃତର ସ୍ପର୍ଶ
ମୋ ଭିତର କୋଣ ଅନୁକୋଣେ
ଭରିଥିଲା ତୁମ ଓଠ ହସ!
ଜୀବନର
ଅନ୍ତିମ ଲଗନ ତକ
ଏ ହସ ର ଅସରନ୍ତି ଝର
ମୋ ଆତ୍ମାକୁ ଶୀତଳାଉ ଥାଉ
ଭିଜୁଥାଉ
ଅବଶିଷ୍ଟ ପରମାୟୁ ମୋର ।।
ତମ ହସ ନିଷ୍ପାପ ତରଙ୍ଗେ
ସାତରଙ୍ଗୀ ଇନ୍ଦ୍ରଧନୁ ସମ -
ଆଙ୍କି ଦେଲ ମୋର ଅଙ୍ଗେ ଅଙ୍ଗେ
ଭରି ଉଷ୍ମ ପରଶ ନରମ ।।
ସାରା ଦିନ ପୁଞ୍ଜିଭୂତ ଗ୍ଲାନି
ଯେତେ ଥିଲା ମାନ ଅଭିମାନ
ତମ ଚୋରା ଚାହାଣୀ ନିଆଁରେ
ପଲକରେ ହୋଇଲା ଉଭାନ ।।
Bu şiiri puanla
Henüz puan verilmemiş