ତୁମକୁ ଭେଟିବା ପରେ -012 (Tumaku Bhetiba Pare -12 / Odia Poem)
S
0
Altın Yaprak
ସକାଳଠୁ
ତମ କଥା ନେଇ
ମୋ ଭିତରେ
ଥିଲା କେତେ ରାଗ-
ତମ ଶେଷ
କଥା କେଇ ପଦ
ଭରିଦେଲା
ତୁମ ପାଇଁ ତୀବ୍ର ଅନୁରାଗ ।।
ତମ ପାଇଁ
ଆଜି ସକାଳରେ
ତୋଳିଥିଲି ସଜ ଫୁଲଟିଏ,
ଶୁଖିଗଲା
ପ୍ରତୀକ୍ଷା ତାତିରେ
ଦେଲ ନାହିଁ ବୋଲି ତମେ
ଖାଲି ମୋତେ
'ମୁଁ ' ଥିବା ମୂହୁର୍ତ୍ତ ଗୋଟିଏ ।।
Bu şiiri puanla
Henüz puan verilmemiş