ପାନ୍ଥଶାଳା-016 (Pantha Shala-16/Odia Poem)
S
0
Altın Yaprak
ତୁମ କଳା ଆଖି,
ହସିଲା ଚାହାଣୀ
ଓଠ ର ଅନଙ୍ଗ ରଙ୍ଗ -
ତୁମ ବାହୁ ଡୋର
ଉଷୁମ ପରଶ,
ମିଠା ଛୁଆଁ ଅନ୍ତରଙ୍ଗ ।
ଝରା ବଉଳ ର
ସୁରଭିତ କେଶ
ଥିରି ଚାଲି, ମିଠା ଗଳା,
ସାରା ପାନ୍ଥଶାଳା
କାନ୍ଥରେ ଲେଖା
ପ୍ରଣୟ ର ବର୍ଣମାଳା
Bu şiiri puanla
Henüz puan verilmemiş