ପ୍ରତୀକ୍ଷା (Pratiksha / Odia Poem)
S
0
Altın Yaprak
ରାତି ସାରା
ଉଜାଗର ହେଲି,
ଦରଜା ବି
ମୁକୁଳା ରଖିଲି,
କାଳେ ତମେ
କେତେବେଳେ
ମୋ ପାଖ କୁ
ଲେଉଟିବ ବୋଲି ।
ଅଥଚ
ସକାଳେ ଦେଖେ
ଅନ୍ତ ହୀନ ପ୍ରତୀକ୍ଷା ର
ସଫେଦ ଚାଦର ମୋର
ଲୋଚା କୋଚା
ଅନ୍ତର ଟା ପରି
ସ୍ୱପ୍ନ ବୋଳା
ରାତି ର ବିଛଣା
ଗୋଟା ଛାଏଁ
ସେଇମିତି ଖାଲି ।।
Bu şiiri puanla
Henüz puan verilmemiş