ତୁମକୁ ଭେଟିବା ପରେ -034 (Tumaku Bhetiba Pare -34 / Odia Poem)
S
0
Altın Yaprak
କି ଲାଭ ପାଅ ଯେ ତମେ
ମୋ ଭିତରେ
ଜ୍ବାଳା ଭରି ଦେଇ?
ମୋ ଭିତର
ରୁଦ୍ଧ କୋଠରୀରେ
ଏବେ ଖାଲି ତୁମ ଛବି ଭର୍ତ୍ତି
ଏ କଥା ତ ତମେ ଜାଣ
ଖୁବ୍ ଭଲ କରି!
ତଥାପି କାହିଁକି ଭଲା
ମୋ ଛାତିକୁ ଜଳାଇବା
ତୁମ ପାଇଁ ଗୋଟେ
ମଉଜିଆ ଖେଳ ପାଲଟିଛି,
ଯେତିକି ଭାବୁଛି ଏବେ
ତୁମେ ମୋର ମୋର -
ସେତିକି ସେତିକି ତମେ
ଆଜିକାଲି ଯାଉଚ ଦୂରେଇ!
ମୋ ଆଖିଠୁ
ରହୁଛ ଛଡେଇ ହୋଇ! !
ତମରି ଇଲାକା ବୋଲି
ଚିତ୍ର ଟିଏ ଉଠାଇବା
ଖୁସିରେ ଖୁସିରେ -
ସତେ କ'ଣ
ମୋ କପାଳେ ନାହିଁ? ?
Bu şiiri puanla
Henüz puan verilmemiş