ତୁମକୁ ଭେଟିବା ପରେ -035 (Tumaku Bhetiba Pare -35 / Odia Poem)
S
0
Altın Yaprak
ଆଜି ଭାରି
ମନ ହେଉ ଥିଲା
ସବୁ କିଛି ଖୋଲି କହିଦେବି -
ଯାହା କିଛି
ଅନ୍ଧାରରେ ଅଛି
ଅନ୍ତରରେ, ଝରକା ଖୋଲିବି!
ହେଲେ ତମ
ଆଖିର କୋଣରେ
ନ ଥିଲା ସେ ରଙ୍ଗ ଓ ତରଙ୍ଗ-
ଯାହା ମୋର
ଶବ୍ଦର ଓଠରେ
ଭରିଥାଏ ଆବେଗ ଅନଙ୍ଗ! !
କେଡ଼େ ଶୀଘ୍ର
ସରିଗଲା ବେଳ,
ମନ ତଳ ବେଦନାର ରକ୍ତ-
ଅଭିବ୍ୟକ୍ତି,
ଜମାଟ ବାନ୍ଧିଲା
ରହିଗଲା ନିଃଶବ୍ଦ, ଅବ୍ୟକ୍ତ! !
Bu şiiri puanla
Henüz puan verilmemiş