ତୁମକୁ ଭେଟିବା ପରେ-036 (Tumaku Bhetiba Pare-36/Odia Poem)
S
0
Altın Yaprak
ଆଜି ଭାରି
ମନ ହେଉଥିଲା
ସବୁ କିଛି ଖୋଲି କହି ଦେବି,
ଯାହା କିଛି
ଅନ୍ଧାରରେ ଅଛି
ଅନ୍ତରରେ, ଝରକା ଖୋଲିବି...।।
ହେଲେ ତମ
ଆଖିର କୋଣରେ
ନ ଥିଲା ସେ ରଙ୍ଗ ଓ ତରଙ୍ଗ -
ଯାହା ମୋ'ର
ଶବ୍ଦ ର ଓଠ ରେ
ଭରିଥାଏ ଆବେଗ ଅନଙ୍ଗ ।।
କେଡେ ଶୀଘ୍ର
ସରିଗଲା ବେଳ,
ମନ ତଳ ବେଜନାର ରକ୍ତ...
ଅଭିବ୍ୟକ୍ତି
ଜମାଟ ବାନ୍ଧିଲା,
ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।।
Bu şiiri puanla
Henüz puan verilmemiş