ବିରହ ର ବର୍ଣମାଳା: 08- ଜନ୍ମ ଜନ୍ମାନ୍ତର
S
0
Altın Yaprak
ଅନାମିକା ସହର ର
ଅଜ୍ଞାତ ଗଳି ରେ
ଅସଂଲଗ୍ନ ମୂହୁର୍ତ୍ତ ରେ
ତୁମ ସାଥେ ଦେଖା ହେଲା ମୋର ।
କେଉଁ ଜନ୍ମ ଜନ୍ମାନ୍ତର
ସଂପର୍କ ସେତୁ ଟି
ତୁମ ସହ ଯୋଡିବା ର
ସଂକଳ୍ପ ଓ ଅଙ୍ଗୀକାର
ସେଇ ମାତ୍ର ଗୋଟିଏ ମୂହୁର୍ତ୍ତେ
ଯୋଡି ହୋଇଗଲା ।।
ସେ ଦିନ ଠୁ
ତମେ ଆଉ
ଅନ୍ୟ କେହି ନୁହଁ
ଆଉ କେବେ ପରି ବି ତ
ଅଜଣା, ଅଚିହ୍ନା ମୋତେ
ଜମା ଲାଗିନାହଁ ।।।
Bu şiiri puanla
Henüz puan verilmemiş