ବିରହ ର ବର୍ଣମାଳା: 10- ତୁମ ନଥିବା ର ବେଳା
S
0
Altın Yaprak
ଏମିତିକା
ନିଆଁ ଲଗା ମୂହୁର୍ତ୍ତ ର ଛୁଆଁ
କାହିଁକି ଯେ ଆଜିକାଲି
ସହି ହେଉ ନାହିଁ।
ଆଗରୁ ତ
ତୁମକୁ ଭେଟିବା ପାଇଁ
କେତେ କେତେ ବାର
ଚାହୁଁଥିଲା ବେଳେ ମଧ୍ୟ
ଫେରିବା କୁ ପଡୁଥିଲା
ତମ ଘର ଦିଶୁଥିବା-
ଛକ ରାସ୍ତା, ଦୋକାନ ପାଖରୁ ।।
ତମକୁ ଭେଟିବା ଆଗୁ
ଖାଲି ମନ,
ଖାଲି ଛାତି,
ଭଙ୍ଗା ଭଙ୍ଗା ଅନ୍ତର ରେ
କେତେ ବାର ଏମିତିକା
ବିତିଥିଲା
ସଞ୍ଜ ଓ ସକାଳ-
ତୁମେ ମୋତେ ନିଜ ହାତେ ଲେଖା
ଚିଠି ଦେଇ, ରାଣ ଖୋଇ
ଡକାଇବା ଯାଏ
ତୁମ ତରଫ ରୁ ।।
Bu şiiri puanla
Henüz puan verilmemiş