କେବେ ପାଶେ...କେବେ ଦୂରେ - 02 (Kebe Paase...Kebe Dure-02/Odia Poem)
S
0
Altın Yaprak
ତମକୁ ଜୀବନେ ମୋର
ଏଇ ଅନୁରୋଧ,
କରିବ ନି କେବେ ତମେ
ମେର ଗତି ରୋଧ ।
ତମେ ମୋ ସଞ୍ଜ ସକାଳ
ଇହ, ପର କାଳ,
ମୋ ସପନ-ଅମାରାତେ
ତାରକା ସକଳ ।।
ତମ ଶୁଖିଲା ମୁହଁ କୁ
ସହି ପାରେ ନାହିଁ,
ବୁଝନା କାହିଁକି ଭଲା
ଦେଉଛ କନ୍ଦାଇ?
ୟେତେ ରାଗ ପଛେ ସଖୀ,
ତମେ ମୋ ଉପରେ-
ତମ ଛୁଆଁ ଦେଉଥାଅ
ଯାଅ ନାହିଁ ଦୂରେ ।।
Bu şiiri puanla
Henüz puan verilmemiş