ନୃତ୍ୟ ମଂଚ (Dance Podium)
D
0
Altın Yaprak
ମୁଁ ନୃତ୍ୟ ଦେଖୁଚି...
ନୃତ୍ୟ ମଂଚର ମାଲିକ
ନର୍ତ୍ତକୀଙ୍କୁ ନଚେଇ ନଚେଇ
ଦି ପଇସା ପାଉଚି
କେବେ ତା ସାମ୍ନା ଦେଖେଇ
ଆଉ କେବେ ତା ପଛ ଦେଖେଇ
କିନ୍ତୁ ମଂଚର ମାଲିକ
ତାଙ୍କ ସ୍ୱାମୀ ଜଣେ ନର୍ତ୍ତକ
ଜାଣି ସୁଦ୍ଧା ଏ ପର୍ଯ୍ୟନ୍ତ
ନାଚିବାକୁ ସୁଯୋଗ ଦେଉନି!
ମୁ ବୁଝି ପାରୁନି
କାହିଁକି ଏ ପର୍ଯ୍ୟନ୍ତ
ସେ ନର୍ତ୍ତକ ଜଣକ
ନୃତ୍ୟ ମଂଚକୁ ଆସି ନାହାନ୍ତି
ଦୁଇ ଜଣକୁ
ନୃତ୍ୟ ମଂଚକୁ ନିଆଯାଉ
ଆଉ ଦର୍ଶକମାନକ
ମନମୁଗ୍ଧ କରାଯାଉ!
ସେମାନେ ନାଚନ୍ତୁ
ଧାକ-ଦଧିନ-ଧୀନା
ଦଧିନ, ଦଧିନ-ଧୀନା
Copyright @ Dillip K
Bu şiiri puanla
Henüz puan verilmemiş