ଅଛି ଲେଖିବାକୁ ଭାଷା, Language Is There To Write
G
0
Altın Yaprak
1.
ଅଛି ଲେଖିବାକୁ ଭାଷା,
ଅଛି କହିବାକୁ କଥା,
ଟିକିଏ ରହିଯାଅ,
ଭଲମନ୍ଦ ବୁଝିନିଅ,
ଲେଖିବ ତ ନିଜ ଭାଷାରେ
ତରତର କିଆଁ!
କିଛିଦିନ ଯାଉ,
ଗଣିସାରେଁ ଲହଡା,
ମୋ ପାଖଆଖ ନିଜ ଲୋକେ
ପକାଉଛନ୍ତି ମତେ ଇ ଅସୁବିଧାରେ
ଆଉ ଅସୁବିଧା ପୁଣି
ଠିକ୍ ସମୟରେ କରିଦେଉଛି
ସବୁ ସୁବିଧା,
ଜାଣି ବୁଝିବାକୁ ହେବ
ଆଲୁଅର ନକ୍ସା।
ମୋ ବିଶ୍ୱାସ ଅବଶ୍ଯ ମୋର,
ଗଦ୍ୟ ହେଉ କି ପଦ୍ୟ
ଅଛି ମୁଁ ମୋଠି।
ଖୋଜୁଛି ସତ୍ଯ ଏଠି ସେଠି,
ଆଉ ସେଇଟା ଉଠୁଛି ଉକୁଟି
ମୋ ଭାଷାରେ ମୋ ମାଟିରେ।
2.
ଶୁଣୁଛ କଣ? ଦେଖୁଛ କଣ?
ଯୋଗ କଣ ଜାଣି ନ ପାରି ହରାଉଛ ସଂଖ୍ୟ।
ଚିହ୍ନି ନ ସତ୍ଯ ଆଉ କହୁଛ ମିଛ।
ଛିଡୁ ନି ହିସାବ ଆଉ ବୁଝି ନ ପାରି କହୁଛ ମୂର୍ଖ।
ଲୋଡୁଛ କଣ? ନାହିଁ ଗୋଟିଏ ବି ଶବ୍ଦ।
ଅଦ୍ଭୁତ ଏ ଦେହ, ଅଦ୍ଭୁତ କାରୁକାର୍ଯ୍ୟ।
କ୍ଷରାକ୍ଷର ନାହିଁ, ଆଉ କଷ୍ଟ ବଂଚିବାଟା ବି
ବିଶ୍ୱାସ ନ କରିପାରି ବାଟରେ।
ସନ୍ତୋଷ ନାହିଁ ପ୍ରୀତିରେ, ଆସ୍ୱାଦ ନାହିଁ,
ମୁହଁ ଇ ଦିଶୁ ନି ମୂଳରୁ ଏଠାରେ।
ହାଇଛାଇ ବର୍ଣଚିହ୍ନ ନାହିଁ କିଛି,
ମଳିନ ପଡିଛି ଧୈର୍ଯ୍ୟରେ।
ସାହସ ରଖି ଯିବାକୁ ହେବ ତଥାପି
ଆଉ ମୁଁ ଟାକିଛି ଭରସା ଅବଶ୍ୟ ଅଖଣ୍ଡଖଣ୍ଡରେ।
Bu şiiri puanla
Henüz puan verilmemiş