କିନ୍ତୁ ଅଛି ଅଲଗା ହୋଇ But Staying Separate

G Gajanan Mishra Gajanan Mishra
0 Altın Yaprak
1. ଇଚ୍ଛା ମୋର ଆସିବ ତୁମେ ଆଉ ଗୋଲାପକୁ ଦେଖି କହିବ ସାରା ଦିନର ଘଟଣା କ୍ରମ। ମଣିଷ କରୁଛି ପ୍ରେମ ଆଉ ନାଁ ଧରୁ ନି ମରିବାର। କହିବ ଏ ଚିହ୍ନ ସବୁ ନୁହଁ ତୁମର ଆଉ କହିବ କଣସବୁ ଶିକ୍ଷା ହେଉଛି ଦିଆ ତୁମକୁ ବାଟଯାକ। ଅଛି ବାଟ ନେବାକୁ ଆଗକୁ, ଅଛି ଦିନ ବଂଚିବାକୁ, ଅଛି ରକ୍ତ କରିବାକୁ ରଙ୍ଗୀନ ପ୍ରେମକୁ ଜୀବନକୁ। ଜୀବନ ହେଉଛି ଗୋଟେ ଫୁଲ, ଯାହା ସଦା ଥାଏ ଫୁଟି। ସୁନ୍ଦର, ଉଜ୍ଜଳମୟ, ଆଉ ସମୟର ନିକଟତର। ସୁନ୍ଦର ଉଜ୍ଜଳମୟ ପ୍ରଭାତୀ ତାରା, କହି ଦେ ତ ମତେ କହି ଦେ କେମିତି କରନ୍ତି ଉପଭୋଗ ଏଠାରେ ଖୋଲା ଦିନ ଦିପହରରେ। 2. ଭୁଆ ବିରାଡିର ନୁହେଁ ଏ ଆନ୍ଦୋଳନ, ଆଉ ଏ ସବୁ ହଇହଲ୍ଲା, ରାଂପି ବିଦାରି ହେବାର ନାହିଁ କିଛି ମହାଶୟ। ମୁଁ ବି ନୁହେଁ ବୁଢୀ ମା କାହାଣୀର ସୂତ୍ରଧର ଗୋଟାଇ ଆଣି ବ୍ୟାଗରେ ଭରିବି ସମୁଦ୍ର। ଯାହା ଯେତେ ଯିଏ ଯୋଉଠି ମିଶିବାର ମିଶିଛନ୍ତି ଆଉ କହିଛନ୍ତି କରିଛନ୍ତି ସାଧ୍ୟମତେ। ପତ୍ରଟା ହୋଇଛି ଆହୁରି ଶାଗୁଆ, ମହାନଦୀ ହୋଇଛି ଆହୁରି ଗୋଳିଆ। ଆକାଶ ଶବ୍ଦରେ ମୁଖରା, ଏଠାକାର ସୂର୍ଯ୍ୟଚନ୍ଦ୍ର ନିଆରା। ପ୍ରଜାପତି ଖୋଜିବାକୁ ବାହାରୁ ନି ଆଉ ମୁଁ ଘରୁ। ଥରଥର ଦେହରେ ସାଉଁଳିଛି ପେଟପିଠି। ରାଗରୁଷା ଭୁଲି ମୁଁ ବି ମରାମତି କରିବାକୁ ଆସିଛି ନିଜକୁ। ଭିଡାମୋଡା କମି ନାହିଁ ଅବଶ୍ୟ, ଅନେକ ବାସ୍ନା କରିଛି ବି ଅସ୍ତବ୍ୟସ୍ତ । ଅସଂଖ୍ୟ ଅସଂଖ୍ୟ ଉଠିଛି ଢେଉ, ଆକାଶ ପୁଣି ବାହାରିଛି ଅଜଗର ପେଟରୁ। ଜୁଆରକୁ ନାହିଁ ଭୟ ମୋର, ଆକାଶକୁ ଜଗେଇଛି ପଥ। ଅରଣ୍ୟର ଭୂଗୋଳରେ ଖୋଜିଛି ଉତ୍ତର। ପାଇଛି ଏ ମାଟି ଖଣ୍ଡକ, କରିଛି ଗ୍ରହଣ ଦ୍ୱିଧାରେ ଯଦିଓ। ମାଟି ପାଇଁ ଖୋଲିଛି ପାଟି, ପାଟି ପାଇଁ ଅଛି ଭାଷା, ଭାଷା ପାଇଁ ଶବ୍ଦ ଆଉ ଏଇଟା ଝରିଛି ହୃଦୟରୁ। ହୃଦୟକୁ ହୃଦୟ ସହିତ ଯୋଡିବା କାମ ସରି ନି। ଆନ୍ଦୋଳନ ଥମି ନି ଅକ୍ଷାଂଶ ଓ ଦ୍ରାଘିମା ଭିତରେ ଘଟଣାକ୍ରମକୁ ସଜଡା ଯାଇ ପାରି ନି। ସତ୍ୟ ପ୍ରେମର ପରୀକ୍ଷା ଆହୁରି ଦେବାକୁ ଅଛି ସୂର୍ଯ୍ୟଙ୍କ ଏ ଆଦ୍ୟ ଇଲାକାରେ, ଗୀତରେ ଗୀତରେ ଗଳ୍ପ ଗୁନ୍ଥିବାର ଅଛି ପ୍ରଶ୍ନ ଆଉ ଉତ୍ତର ଛଳରେ। 3. ନାହିଁ ଆଉ ଖଡିଧରା ଦିନ, ଆସିଛି ମୋବାଇଲର କିବୋର୍ଡରେ ବଟନ ଦବା ବେଳ। ଆସିଛି ନିମିଷକେ ସଚରାଚର ଖେପି ଯିବାର କାଳ। କଷ୍ଟ ଦେବ ନି ଆଉ କାହାକୁ ପାଣି ପବନ ଅନ୍ଧାର। ଥରକୁ ଥର ହାତମୁଠା ଟାଣକର, ଉଠ, ଦେଖ, ପରଖ ଆଉ ରହ ସମ୍ଭାଳି ନିଜ ଦେହ। ଚକ୍ରାନ୍ତ ନ କର, ଫଶିବ ନିଜେ। ଧିକ୍କାର ନ କର କାହାକୁ, ତୁମ ଆତ୍ମାର ଅଂଶ ସମସ୍ତେ। ସତ୍ୟ, ଏଠି ତାଡନା ଅଜସ୍ର। ସତ୍ୟରେ ଭାସୁଛି ଡଙ୍ଗା ନାହିଁ କାତ ନାହିଁ ମଙ୍ଗ। ଖରା ଖରା ବର୍ଷା ବର୍ଷା ସମୟ ମାରୁଛି ଚୋଟ ହଜାର ହଜାର। ତଥାପି କହୁଛି ମନ ବଂଚିବି ବଂଚିବି ମୁଁ ଅଛି ମୋର ବଂଚିବାର। ବଣ ଆଉ ନଈ ପାହାଡ ଆଉ ମାଟି ଗଛ ଆଉ ପକ୍ଷୀ ସବୁ ଏକାଠି। କାଟି ଖଡି କହିଦିଅ ତୁମେ କୋଉଠି, ମୋବାଇଲ କିବୋର୍ଡ ଦବାଇ, ଦିଅ କହି ତୁମେ ଏଇଠି ସମସ୍ତେ ଯୋଉଠି। କିନ୍ତୁ ଅଛି ଅଲଗା ହୋଇ।

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.