ଯନ୍ତ୍ରଣା (Pain)
D
0
Altın Yaprak
ନା ତୁମେ କିଛି କହୁଚ
ନା ମୋତେ କିଛି
କହିବାକୁ ଦେଉଚ!
ନା ତୁମେ ଟିକେ ହସୁଚ
ନା ମୋତେ ଟିକେ
ହସିବାକୁ ଦେଉଚ!
ନା ତୁମେ
ଆଗକୁ ଚାଲୁଚ,
ନା ମୋତେ
ଚଲେଇ ଦେଉଚ!
କେତେ ଯେ ଠିଆହେବି
ଏଇଠି, ଯେଉଁଠି
ମୁଁ ଠିଆ ହେଇଚି?
ଦେଖ, ସମୟ ସରିଆସୁଚି,
ଏ ଜୀବନ ଦ୍ବୀପର ସଳିତାଟି ମୋର
ଧୀରେ ଧୀରେ ଲିଭି ଲିଭି ଆସୁଚି...
କିଛି କହୁନ କାହିଁକି?
କିଛି କୁହ, ଆସ,
ଏଇଠିକି ଆସ,
ଟିକେ ହସ!
Copyright @ Dillip K Swain
Bu şiiri puanla
Henüz puan verilmemiş