ରାସ୍ତା (Road)
D
0
Altın Yaprak
ଜୀବନର
ରାସ୍ତା ସରିଗଲା
ଏଣୁ ଏଣିକି ମୁଁ
ଧିମେଇ ଧିମେଇ ଚାଲିବାକୁ
ଆରମ୍ଭ କଲି
ବାର୍ଦ୍ଧକ୍ୟ ଦାଉରେ
ବଙ୍କୁ ବାଡ଼ିର ଆଶ୍ରୟ ନେଲି...
ସମୟ ବଦଳିଗଲା
ବଦଳିଗଲା ପାଞ୍ଚ ପଇସାରେ
କିଣିଥିବା ବାଇଗଣର ଦାମ!
ବଦଳିଗଲା ତମର ରୂପ,
ଲାବଣ୍ୟ ଓ କମନୀୟ ଚେହେରା!
ବଦଳିଗଲ ତୁମେ
ଆଉ ବଦଳିଗଲି ମୁଁ
ଅଥଚ ବଦଳିନି ସୂର୍ଯ୍ୟ, ଆକାଶ
ଆଉ କୋଇଲିର ସେଇ ମିଠା ମିଠା ସ୍ୱର
....କୁହୁ କୁହୁ..କୁହୁ କୁହୁ!
Copyright @ Dillip K Swain
Bu şiiri puanla
Henüz puan verilmemiş