ଆଉ କହିଲା And Said
G
0
Altın Yaprak
1.
ପିନ୍ଧିଛି ଧଳା କୁର୍ତା
ଆଉ ପିନ୍ଧିଛି କଳା ପେଣ୍ଟ
ଆଉ ଚାଲିଛି ଜଙ୍ଗଲ ଭିତରେ
ହିଂସ୍ର ପଶୁପକ୍ଷୀ ଚାରିଆଡେ।
ଚନ୍ଦ୍ର ସୂର୍ଯ୍ୟ ଦୀପ ଜଳୁଛି ଲିଭୁଛି
ସବୁ ଲୋକଙ୍କର ଯା ଆସ ଚାଲିଛି
ମାଟି ଫାଟି ପଡିଛି ଛେତକା
ଚିତ୍ତବୃତ୍ତି କୋଉଠି ନାହିଁ ଜଣା।
ମୂଳ ରହିଛି ଥିଲା ଯେମିତି ଆଗରୁ,
ଡାଳ ଶୁଖୁଛି ବାଳ ଝଡୁଛି
ଉଣା ପଡୁଛି କୋଉଟା କହିବାକୁ
ମିଳୁ ନି ସମୟ ଆଉ ହେଉଛି ହିନସ୍ତା।
2.
ଆଉ କହିଲା କିଏ କଣ
ପଥର ଶବ୍ଦରେ।
କରୁଣା ଯାଇ ଛପିଲା
ରାଜଧାନୀରେ।
ନୂତନ ଜଳଧାର ଯେ
ଅଚଳ କହିବାକୁ ବାଧ୍ୟ।
ଯେତେ ଯୋଉଠି ଯିଏ
ତ୍ରାହି ତ୍ରାହି ଡାକୁଛନ୍ତି
ଶୁଣି ହସୁଛି ଦେଖିଲାବାଲା।
ଥାଇ ଥାଇ ଏତେ ଅବସ୍ଥା
ଭୋଜନ ସାରି ଦେଖିଲାବେଳକୁ
ନାହିଁ କେହି ସୋଦର ସଖା।
Bu şiiri puanla
Henüz puan verilmemiş