ଦିନ-ଦେହ Day-Body
G
0
Altın Yaprak
1
ଦିନକୁ
କରିଛି ଦେହ।
ଦେହକୁ
କରିଛି ଆକାଶ।
ଶିଖୁଛି ଆକାଶଠୁ
ଝରନ୍ତି କେମିତି
ରାତିରେ।
ମନେ ପକାଉଛି
ଆସିଥିଲି କଣ ପାଇଁ
ପହଂଚିଛି କୋଉଠି ।
ନିରିଖେଇ ଦେଖିଛି
ମେଘକୁ ଏଠି।
ହଳଦିଆ ପତ୍ରରେ
ଜାରି ରଖିଛି ହିସାବ।
2
ନୁହଁ ନିଜର
ନରମପଣିଆ!
କେହି ଯଦି
ରଖିଛି ଆଉ କଣ
ମନାନାଇଁ କହିପାରେ
ଖୋଲାଖୋଲି ଏଠି।
ଖାସ୍ କଥା
କହିବାଟା ଇ।
ପାପୁଲି ଭର୍ତ୍ତି ଆକାଶରେ
ମାଟି କଥା କୁହାଯାଇପାରେ।
ମାଟିରେ ସାର ଗୋବର ଦେଇ
ଲଗା ଯାଇପାରେ ଗଛ ଧାଡି ଧାଡି।
ନିଆଯାଇପାରେ ଯତ୍ନ ଗଛ
ଟଳମଳେଇ ଦେଉଥାଏ ଯାହାକୁ ଶ୍ରାବଣ।
Bu şiiri puanla
Henüz puan verilmemiş