ଖୋଜିବା ର ସେଇ କେତେ ଦିନ- 05(Khojiba Ra Sei Kete Dina/Odia Poem-05)
S
0
Altın Yaprak
ତୁମକୁ ଖୋଜିବା ବେଳେ
ସ୍ତବ୍ଧ ମୋର
ତିନି କାଳ, ଚଉଦ ଭବନ-
ଷଡ ଋତୁ ବାସ୍ନା ଭିଜା
ଦେହ, ମନ, ପ୍ରାଣ ।
ତୁମ ରୂପ ଦିଶିଯାଏ
ଅଫୁଟା ଖଇ ତାତି ରେ
ଜଳୁଥିଲା ଏ ମନ ର
ଭଙ୍ଗା କାଚ, ଆଇନା ପିଠି ରେ-
ଶୀତ ରାତି ସପନ କୁ
ଏକା ଏକା ଦେଖିଥିବା
ନି8ସଙ୍ଗତା ବୁଢିଆଣୀ ଜାଲ
ବାନ୍ଧି ରଖି ଥିବା ଯେତେ
ରୂପା ଦିହ, ମାଈ କାକର ରେ ।।
Bu şiiri puanla
Henüz puan verilmemiş