କ୍ଷମା ମହୋଦୟ Excuse Me Sir
G
0
Altın Yaprak
1
କରନ୍ତୁ କ୍ଷମା, ମାପିବାକୁ ବାହାରିଥିଲି
ଆକାଶ ଆଉ ସମୁଦ୍ର।
କରନ୍ତୁ କ୍ଷମା କିଛି ନ ଜାଣି ଅକ୍ଷରକୁ ଅକ୍ଷର ସହ ଯୋଡୁଥିଲି
ଦେଖିବାକୁ ହୃଦୟ।
କ୍ଷମା ମହୋଦୟ!
2
ନିଜ ପାଇଁ ବି ନିଜ ପାଖରେ ସମୟ ନାଇଁ,
ନିଜର ପରିଚୟ ନିଜକୁ ବି ଜଣା ନାଇଁ।
ଜାଣିବାକୁ ଅଛି ଜୀବନ ଆଉ
ଏଇଟା ବି ହେଉ ନାଇଁ।
3
ଯେତେ ଯୋଉଠି ଅଛନ୍ତି ଯେମିତି ସଭିଏଁ
ମୋ ନିଜର।
ଆଉ ମୁଁ ଯାଉଛି ବ୍ୟାପି,
ଯାଉଛି ଦୂରରୁ ଦୂର ବହୁଦୂର।
ମୋ ଭିତରୁ ଭିତର।
Bu şiiri puanla
Henüz puan verilmemiş