ଜାଣେ ମୁଁ ମୂଳରୁ I Know From The Beginning
G
0
Altın Yaprak
ହସିପାର ମତେ ଦେଖି,
କହିପାର ଯାହା ଇଚ୍ଛା ତାହା,
ତୁମର ଆଖି ଆଉ ପାଟି ଯେ
କରୁ ନି କାମ ଠିକ୍
ଜାଣେ ମୁଁ ମୂଳରୁ।
ଯାହା ଯୋଉଠି ଅଛି
ଗୁପ୍ତ ତଥ୍ୟ ଦେଖିବାକୁ ବ
ହେବ, ବନ୍ଦ ଆଖିରେ।
କହିବାକୁ ହେବ ବନ୍ଦ ପାଟିରେ
ତୁମେ କାହାର ଏଠାରେ।
ଆଉ ଏଇଥିପାଇଁ ରହିବାକୁ ହେବ
ଶେଷଯାଏ ଏ ଖେଳରେ।
ଆଉ ଖେଳରେ କିଏ କାହାକୁ
ହରାଉଛି କେମିତି ମନେରଖି
ଦେବାକୁ ହେବ ଧୈର୍ଯ୍ୟର ପରୀକ୍ଷା।
Bu şiiri puanla
Henüz puan verilmemiş