ଯିବି ମୁଁ ଆଗକୁ I Will Go Forward
G
0
Altın Yaprak
ମତେ ଛାଡି ଦିଅ,
ଛାଡି ଦିଅ ବାଟ।
ଯିବି ମୁଁ ଆଗକୁ ଆହୁରି।
ଅସ୍ଥିର କୁହେଳି ଭିତରେ
ଯେତେ ଯାହା ଅଛି
ପାପତାପ, ଅନ୍ଧାରୁଆ
ଇର୍ଷାଦ୍ୱେଷ, ବିବେକର
ବ୍ରହ୍ମାସ୍ତ୍ରରେ ସବୁକୁ ନାଶିବି
ଆସ୍ତେ ଆସ୍ତେ କରି।
ଛାଡି ଦିଅ, ଛାଡି ଦିଅ ବାଟ,
ମୁଁ ଯିବି ଆଗକୁ ଆହୁରି।
ଅନ୍ଧାରରୁ ଆଲୋକ ଆଣି
ଅଭ୍ୟନ୍ତରେ ମୋ ରଖିବି ।
ସ୍ନେହରେ ବିହ୍ୱଳ ଆବିଷ୍ଟତାରେ
ହୀରା ନୀଳା ମୁକ୍ତାର
ସମ୍ଭାର ଆଣିବି।
ଛାଡିଦିଅ, ଛାଡିଦିଅ ବାଟ
ଯିବି ମୁଁ ଆଗକୁ ଆହୁରି।
ମେଘମୁକ୍ତ ଆକାଶ ଦେହରେ
ପ୍ରେମର ନୂଆ ହାୱାପାଣି ଛାଟିବି,
ଆଉ ବିଛେଇବି ଅକ୍ଷୟ ଅନିର୍ବାଣ
ଆଲୋକର ବାରି।
ମତେ ଛାଡିଦିଅ,
ଛାଡିଦିଅ ବାଟ
ଯିବି ମୁଁ ଆଗକୁ ଆହୁରି।
**
1987ରେ ପ୍ରକାଶିତ ମୋ କବିତା ବହି "ସର୍ବନାମ"ର ଶେଷ କବିତା
Bu şiiri puanla
Henüz puan verilmemiş