ଅଜଣା ନାହିଁ କିଛି Nothing Unknown
G
0
Altın Yaprak
ଥିଲା କିଏ ତୁମ ଆସିବା ଆଗରୁ ପ୍ରିୟେ,
ରହିବ ପୁଣି କିଏ?
ତୁମେ ବା ଯିବ କେମିତି କେତେବେଳେ
ଆଉ ଯିବ କୋଉଠିକୁ?
ମୁଁ କି ନାହିଁ ତୁମଠି? ଆଉ ଥାଇ
କରୁଛି କଣ ତୁମକୁ ଜଣା ନାହିଁ?
ଥାଏ ଯାହା ତାହା କଣ ଯାଏ କୁଆଡେ?
ଆଉ ଯାଏ ଯାହା ତାହା କଣ ଥାଏ?
ଜାଣେ ସବୁ, ଅଜଣା ନାହିଁ କିଛି।
ଥିଲା ଯାହା, ଯେତେ ରହିବ ଆଉ ଯେତେ
ରହିଛି ପାଖରେ ସବୁ ମୋର ପ୍ରିୟେ,
ସବୁକୁ ଗୋଟି ଗୋଟି ଦେବି କହି
ଅପେକ୍ଷା କର ଟିକିଏ ଆଉ କହିଲାବେଳେ
ଥିବା ନ ଥିବା ପାଶୋରି ଯିବ ବଳେ।
Bu şiiri puanla
Henüz puan verilmemiş