ନ ଛାଡ କାହାକୁ Leave Not Anyone
G
0
Altın Yaprak
ପାରା କହୁଛି ମତେ ରଖ ଶିକାରୀ କବଳରୁ,
ରଖ ମୋ ଛୁଆଙ୍କୁ ବିଲେଇ ସାପ ମୁହଁରୁ।
ଘାସ କହୁଛି ମତେ ଖାଆନ୍ତୁ ପଛେ ଗାଈ ବଳଦ ଛେଳି
ମାଟିଠୁ କର ନା ମତେ ଅଲଗା, ଦିଅନା ଉପାଡି,
ପକାଇ ଦିଅ ନା ମତେ ଅଗ୍ନିରେ।
ପଥର ବି କହୁଛି ଥାଏଁ ମୁଁ ଅଚଳ ପଛେ
ମୋ ଉପରେ ଥାଉ ଦୟା ନ ହେଲେ ଘଡଘଡି ବିଜୁଳିମାଡରେ
ବଦଳିଯିବ ମୋର ନାଡି ନକ୍ସା।
ଏ ଡିବିରି ଆଲୁଅ ଜଳୁଥାଉ ମୋର ଏ ଘରେ
ଆଉ ମୁଁ ଦେଖୁଥାଏଁ ତୁମକୁ।
ଯାହା ଆଉ ହେଉ ନ ହେଉ ଥାଅ ତୂମେ
ନ ଛାଡ କାହାକୁ।
Bu şiiri puanla
Henüz puan verilmemiş