ନ ଜାଣି Not Knowing
G
0
Altın Yaprak
ଅଧିକା କିଛି ଅଛି ଏଇଠି
ଆମ ଜାଣିବା ଛାଡି,
ଆମେ ଜାଣିଛେ କଣ ଆଉ
ଅର୍ଥ ବୁଝିଛେ କେତେ,
ସବୁକୁ ନେଇ ପୁଣି ଅଛି
ଯିବାର ସେଠିକୁ ଆସନ୍ତି ନି
ବାହୁଡି କେହି ଯୋଉଠୁ,
ଯିଏ ଯେତେ ଯାହା କହୁ
ସବୁ ଦୋଷ ଶୂନ୍ୟ ନାହିଁ
ଅମତ କାହାଠୁ।
ଯିବାର ଅଛି ବୋଲି ଯାଉଛି
ନୁହେଁ ଏମିତି।
ନ ଯାଇ ଯେ କେହି ଅଛି
ନୁହେଁ ଏମିତି।
ଯାଇ ଯେ ନାହିଁ କହିବ କିଏ
ଛାତିରେ ହାତ ଦେଇ।
କେତେ ଚଉଡା ଛାତି?
ନ ଜାଣି ଡେଇଁବା ନୁହେଁ
ଠିକ୍ ପାଣିକି।
Bu şiiri puanla
Henüz puan verilmemiş