ଏବେ ଆଉ ନାଇଁ Not Now
G
0
Altın Yaprak
1
ୟା ପରେ
ଗଜାନନ ମିଶ୍ର
'ସ୍ୱର୍ଗେ ସିନା ବାସ ତାଙ୍କ ନୀଚ ମତିଗତି,
ଦେବତାଏ ପର ଶିରୀ ଦେଖି ନ ପାରନ୍ତି'
ୟା ପରେ ରହିଛି କଣ କହିବାକୁ
ମତେ ନାଇଁ ଜଣା।
ଯଦି କହିବି କହିବେ ପରହିଂସୁକ।
ଯଦି କହିବି କହିବେ ୟେ ସବୁ
ଦଳିତ ସାହିତ୍ୟର ଅଂଶବିଶେଷ।
ନ କହିଲେ ଛାତି ଫଟେଇ
ମରିବା ସାର।
ମଲେ କହିବେ ଗୁରୁ ଗୁରୁଜନଙ୍କୁ
ବେଖାତିର ଫଳ।
ଫଳ ମିଳେ ଏମିତି
ଏପଟୁ ପାହାର ସେପଟୁ ପାହାର,
ଶଳା, ଜାତିଠୁ ବାହାର!
କୋଉ ଜାତି କଥା କହୁଛି କିଏ
ଯାଇ ପାରୁଛ ଯଦି ଯାଇ ପଚାର!
ପଚାରିବ କାହାକୁ ହେ
ଯେ ଯାହାର ଚୌହଦୀରେ
ଚଉଦ ପା ସମସ୍ତେ।
ଲଙ୍କାର ସବୁ ଏତେ କଣ
ଅସୁର ସତେ!
ନାଇଁ ତ, ୟେ କୁରୁ ସଭା ବେ,
ଦେଖୁ ନ, ପାଟି ବନ୍ଦ
ସବୁ ଦେଖି ସବୁ ଶୁଣି ସବୁ ଜାଣି
ଚୁପ୍ ନିଜ ନିଜ ନୀଚ ସ୍ୱାର୍ଥ ପାଇଁ!
ଆଗକୁ ଧ୍ବଂସର ପଥ
ସତରେ ନା କଣ!
ଥାଉ, ଏବେ ଆଉ ନାଇଁ।
2
ଚବ୍ୟ ଚୋଷ୍ୟ ଲେହ୍ୟ ପେୟ
ଅଛି ସବୁ ପୂରି,
ନିଅ ନିଅ ଯାହାକୁ ଯୋଉଟା ଇଚ୍ଛା
ନିଅ ମନ ଭରି।
ଏଠି କିଛି କେବେ ଯାଏ ନା ସରି।
Bu şiiri puanla
Henüz puan verilmemiş