ଦେଖ ମୁଁ ରହିଛି See I Am Here
G
0
Altın Yaprak
ହୋଇ ଯାଉଛି କଣ କଣ ପଡୁ ନି ଜଣା ମତେ,
ଯଦି ଜାଣ କହି ଦେବ କି ସତେ!
କଣ ସବୁ ଯାଉଛ କହି ପଡୁ ନି ବୁଝା ଆଦୁ,
ସ୍ପଷ୍ଟ କରିଦେଲେ ଜାଣିବି ମହକ ତୁମର ଶବ୍ଦଯାଦୁ!
ଦେବ ନି ଭୁଲାଇ ତୁମ ଶବ୍ଦ ଜାଣେ ମୁଁ,
ମୁଁ ବୋଲି ଅଛି ଯୋଉଟା ଖୋଜୁଛି କୋଉଦିନୁ।
କୋଉଦିନର କେତେଦିନର କିଏ ନ ଜାଣି କିଛି
ତୁମ ସହିତ ଏଠି ଏମିତି ଦେଖ ମୁଁ ରହିଛି!
Bu şiiri puanla
Henüz puan verilmemiş