ପ୍ରେମରେ ଦେଖ See With Love
G
0
Altın Yaprak
1
ପ୍ରେମମୟ,
ପ୍ରେମରେ ଦେଖ ପ୍ରେମ।
ସୂକ୍ଷ୍ମସ୍ୱରୂପ ପ୍ରେମ ସତ୍ୟ।
ସତ୍ୟ ଶୟଳ କାଳ କାଳ।
ପ୍ରେମଭାବେ ତରିବେ
ସମସ୍ତେ ଅସୁର ଯକ୍ଷ ରକ୍ଷ ସ୍ତ୍ରୀ ଶୁଦ୍ର
ଚାଣ୍ଡାଳ ମୃଗ ପତଙ୍ଗ
ଆଉ ଯୋଉଠି ଯେତେ।
ପ୍ରେମ ନିତ୍ୟ ଆନନ୍ଦସାଗର।
ପ୍ରେମ ସୁଖଘର।
ଭ୍ରମ ପ୍ରେମରେ ନିରନ୍ତର।
ପ୍ରେମ ଆଶ୍ରୟ ପ୍ରାଣୀଙ୍କର
ଶୁଭଅଶୁଭ ହୁଏ ଦୂର।
ପ୍ରେମରେ ଜୀବନ ଚକ୍ର
ପ୍ରେମକୁ ଆଶ୍ରେକର।
2.
ସତ୍ୟଶୃଙ୍ଗାର ସତ୍ୟ ସ୍ୱର୍ଗ
ସତ୍ୟ ସ୍ୱରୂପ ସତ୍ୟ ଇହଲୋକ
ସତ୍ୟରେ ମଣିମାଣିକ୍ୟ ଲୌହ୍ୟ
ରୋପ୍ୟ ସୁବର୍ଣ ବର୍ଣ
ସତ୍ୟ କାଶୀ ସତ୍ୟ ଅବିନାଶୀ
ସତ୍ୟରେ ନାହିଁ ପୁଣ୍ୟପାପ
ସତ୍ୟ ଦିଗମ୍ୱର ରୂପ
ସତ୍ୟ ତେଜ ସତ୍ୟ ସହଜ
ସତ୍ୟ ଦିବାରାତ୍ର ସତ୍ୟ ପବିତ୍ର
ସତ୍ୟରେ ଉଦ୍ଧାର ସତ୍ୟ
ଜ୍ୟୋତିର୍ମୟ ସତ୍ୟ ଅକ୍ଷୟ।
Bu şiiri puanla
Henüz puan verilmemiş