ସାରା ଜୀବନ Whole Life
G
0
Altın Yaprak
ସାରା ଜୀବନ ଚୋର ତସ୍କର ଚାକର
ରହି ଦାସତ୍ୱକୁ ବରି ନେଇଥିବା ଲୋକ
ସମ୍ମାନ ଲାଂଚ ଧନ ପଦ ପଦବୀର ଲୋଭ
ରଖିଛି ଯଦି ଏଥିରେ ନୂଆ କିଛି ନାହିଁ।
ସାରା ଜୀବନ ବିରାଟ ଆକାଶରେ ମୁକ୍ତ ପକ୍ଷୀ ହୋଇ
ଉଡି ଉଡି, ଧରିତ୍ରୀବକ୍ଷରେ ନିର୍ଭୟରେ ବିଚରଣ କରି କରି
ପବନ ଆଲୁଅ ପାଣିକୁ ସାଥୀ କରି ବୁଲିଥିବା ଲୋକ
ଯଦି ଶବ୍ଦ ଓ ଭାଷାରେ ସତ୍ୟ ଉଚ୍ଚାରଣ କରି
ଚହଲେଇ ଦେଇ ପାରିଛି ହୃଦୟ ନୂଆ କିଛି ନାହିଁ।
ନୂଆ କିଛି ନାହିଁ ଦେଖୁଛ ଯାହା, ଶୁଣୁଛ ଯାହା,
ନୂଆ ଅଛି ସମୟରେ ତୁମ ବୁଝିବାରେ ପ୍ରେମରେ
ନୂଆ ନୂଆ ସମୟରେ ନୂଆ ନୂଆ ହୃଦୟକୁ ହୃଦୟ ଯୋଡିବାରେ,
ନୂଆ ଅଛି ସତ୍ୟ ସିଦ୍ଧକୁ ପୁଣି ପୁଣି
ସ୍ଥାପିତ କରିବାରେ ଏଇ ମାଟି ମା ପାଖରେ।
Bu şiiri puanla
Henüz puan verilmemiş