ଶୀତ ଓ ଜୀବନ Winter And Life
G
0
Altın Yaprak
1
ପାଣିର ଶୀତ
ନା ଶୀତର ପାଣି
ଜାଣିବା ମୁସ୍କିଲ ।
ଗୋଡହାତ କିନ୍ତୁ
ହେଲାଣି ପାଣି।
ଶୀତ କଣ
ଆସେ ଭୟରେ!
ନା ଭୟ ପାଇଁ!
ଶୀତ ଶୀତ ଶୀତ
ହୁରି ପଡୁଛି ଏଠି।
ଆଉ ସବୁ ଘରେ
ପଡିଛି ତାଟିକବାଟ।
ଶୀତ ନୁହଁ କି
ପ୍ରେମର ପ୍ରତୀକ!
2
ବାଘ ହୋଇ ଆସୁଛି
ରଡି ରଡି ସାରାବେଳ
ଥରହର ଦେହ ପ୍ରାଣ ମନ।
ପେଣ୍ଟପକେଟ ସାର୍ଟପକେଟ
ମୋର କଣା।
କିଛି ରହୁ ନି ହାତରେ
ଶନିର ପ୍ରକୋପରେ ଯେମିତି।
ଗୋଟେ ନାଇଁ କି
ଗୁଡାଏ ନାଇଁ
ପରସ୍ତ ପରସ୍ତ ଯାଉଛି ସରି
ସବୁ ସବୁ ଶକ୍ତି।
ସମୟହୀନ ମୋ ଇଚ୍ଛା
ମୋଠି ଇ ପିଟୁଛି ମଥା
ଯେମିତି ଭୁଲ ବୁଝାମଣାର ଶିକାର।
3
ଜାଣେ?
ଶୀତର ଆସ୍ପର୍ଦ୍ଧା କମ ନୁହଁ!
ଯଦିଓ ନୁହଁ ଶୀତ ନିଷ୍ପକ୍ଷ!
ଶୀତରେ ହିଁ ଜାଣି ହୁଏ
ଜୀବନ ନୁହଁ କାଳ୍ପନିକ।
Bu şiiri puanla
Henüz puan verilmemiş