ବିଶ୍ଵ ପଖାଳ ଦିବସ (Bishwa Pakhala Divasha)

K Kumarmani Mahakul Kumarmani Mahakul
0 Altın Yaprak
ବିଶ୍ଵ ପଖାଳ ଦିବସ (The World Water-Rice Day) ତା: ୨୦.୩.୨୦୨୧ ଶନିବାର ଆଜିତ ପଖାଳ ଦିବସ ମନେ ଆଣେ ହରଷ ପଖାଳ ଖାଇବା ପାଇଁକି ମନେ କେଡ଼େ ଉଲ୍ଲାସ ।୧। ସାଦା ପଖାଳଠୁ ବଳି କି ମଜା ଦହି ପଖାଳ କଦଳୀ ଭଜାକୁ ଶାଗ ଖରଡା ଦିଅ ସହଳ ।୨। ବାଇଗଣ ଭର୍ତା ବଡ଼ି ମିଶ୍ରିତ ଲାଗଇ ମଜା ନାତି ନାତୁଣୀଙ୍କୁ ଗେହ୍ଲେଇ କହୁଥାଆନ୍ତି ଅଜା।୩। ଖୁସି ମନେ ଚାଲେ ପଖାଳ ଖିଆ ତୋରାଣି ପିଆ ସାଥୀ ହୋଇ ଥୋକେ ଖାଆନ୍ତି ଲାଗେ କେଡ଼େ ବଢିଆ ।୪। ସ୍ନାନ ସାରି ଯେବେ ଭାଉଜ ଓ ନଣନ୍ଦ ଆସନ୍ତି ପଖାଳ କଂସା କୁ ସାଥୀରେ ରଖି ଗେଲେ ଖାଆନ୍ତି ।୫। ଆମ୍ବର ଚଟଣି ଅଥବା ପତଞ୍ଜଳି ଆଚାର ଭେଣ୍ଡି ଝୁଣଗ ବା କଲରା ଭଜା କେଡ଼େ ସୁନ୍ଦର ।, ୬। ଟମାଟୋ କାକୁଡି ସାଲାଡ୍ କୁ ପୋଟଳର କୁରୁମା ଧନିଆ, ପୋଦିନା ପତ୍ରର ସ୍ଵାଦ ନାହିଁ ଉପମା ।୭। ଯେତେ ଭଜା ସେତେ ଆଣଇ ମଜା ପଖାଳ ସାଥେ ମୁଗ ବିରି ଡାଲିର ସ୍ଵାଦ ବଳେ ମାଆର ହାତେ ।୮। କାନ୍ଦୁଲ ଡାଲମା ସାଙ୍ଗକୁ ଭଜା ପୁଷ୍ପ ଶାକର କମ୍ବୁକମ, ମୁରଙ୍ଗୀ ଭଜା ଯହିଁ ବଡ଼ ଆଦର ।୯। କି ଧନୀ ଗରୀବ କି ଜାତି ଖରା ମାଡ଼ି ଆସିଲେ ପଖାଳର ସ୍ଵାଦ ଅମୃତ, ସୁଖେ ମନ ଚହଲେ ।୧୦। ନେତା, ମନ୍ତ୍ରୀ, ଯନ୍ତ୍ରୀ ଓ ନେତ୍ରୀ ପାଳନ୍ତି ଏ ଦିବସ ମୈତ୍ରୀ ଭାବ ପାଇଁ ପଖାଳ ହର୍ଷେ କରନ୍ତି ଗ୍ରାସ ।୧୧। ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ଛିଶଗଡ଼ ତାମିଲ୍ ନାଡୁ ରାଜ୍ୟ ପାଳନ୍ତି ନେଇ ନୂତନ ମୋଡ଼ ।୧୨। ବିଶ୍ଵ ପଖାଳର ଦିବସ ବିଶ୍ୱବାସୀ ହେ ଶୁଣ ପଖାଳ ଖାଇବା ସୁଖରେ ହେଜ ପ୍ରଭୁଙ୍କ ଗୁଣ ।୧୩। ଟୀକା - କାନ୍ଦୁଲ - ହରଡ / ପୁଷ୍ପ ଶାକ - ଫୁଲକୋବି କମ୍ବୁକମ୍ - ବନ୍ଧାକୋବି / ମୁରଙ୍ଗୀ - ସଜନା ଛୁଇଁ । © Kumarmani Mahakul,20 March 2021, all rights reserved. Note: Poet Kumarmani Mahakul ranked # 149 on top 500 poets of the world on date 20 March 2021 on the day of Bishwa Pakhala Divasha (The World Water-Rice Day) and # 119 on top 500 poets of the world on date12 October 2020 as per information published in the World Poetry Database, Poem Hunter.

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.