ସବୁ ପରୀକ୍ଷାରେ In All Examination
G
0
Altın Yaprak
1.
ସତ୍ୟ ଛାଡି ଅସତ୍ୟଆଡକୁ
ଥାନ ଛାଡି ଅଥାନ ବିଥାନଆଡକୁ
ସଦଜ୍ଞାନ ଛାଡି ଅଜ୍ଞାନଆଡକୁ
ଯାଉଛି ଧାଇଁ ମୁଁ।
ଜାଣିଲି ନାହିଁ ଗମ୍ୟ ଅଗମ୍ୟ
ଜାଣିଲି ନାହିଁ ଭଲମନ୍ଦ
ଜାଣିଲି ନାହିଁ କର୍ମଧର୍ମ
ଆଉ କଲି ଇଚ୍ଛା ଆକାଶଫଳକୁ।
ସହସା ଦିଶିଲା ଅନ୍ଧାର
ସହସା ଭୋଗିଲି ଦାରୁଣଦଶା
ସହସା ବାଟବଣା ହୋଇ ପଡିଲି
ଯୋଉଠି ଖାଲି ମାୟା ମାୟା।
କୋଉଯୁଗ ଏଇଟା
କୋଉମାନେ ପାଖରେ
କୋଉରୂପରେ କିଏ
ଗଲା କାହିଁ ମାଆ
ଗଲା କାହିଁ ମାଆର ଭାଷା
ନିଜ ମାଆମାଟିରେ ଏତେ ଲୋକହସା
ନାହିଁ ମୋର ଚେତା
ଦେଖୁଛି ମୋ ଚାରିଆଡେ
କେବଳ ମୋରି ଚିତା।
2.
ଏଇଟା ନୁହେଁ ମରିବାର ଚିତା ବନ୍ଧୁ
ଇଏ ଜୀବନର ଅଲିଭା ସଳିତା,
ଦେଖାଇବ ଆଲୁଅ ଏଇଟା,
ଦେଖିବେ ସେମାନେ ଯୋଉମାନଙ୍କର ଦେଖିବାର ଇଚ୍ଛା,
ଥାଉ ନ ଥାଉ ଆଖି ଦେଖିବା କଥା,
ପାରୁଛି କିଏ କେତେ ଦେଖି ଚାଲିଛି ପରୀକ୍ଷା।
ପୂରା ଦେଖ, ଦେଖ ଅଧା,
ଦେଖ କିନ୍ତୁ ଭାଇ ବନ୍ଧୁ ସୋଦର,
ଦେଖ ତୁମର ଅବସ୍ଥା ଦି ଅଣା ଦି କଡା।
ଅଧା ଦିଶୁଛି ରୂପ, ଅଧା ବୃକ୍ଷ,
ଅଧା ଅଧା ପୋକରା ପୋକରା,
ଅଧା ଜିଇଁ ହେଲା ଅଧା ନୋହିଲା,
ଅଧା ଖାଇ ହେଲା ଅଧା ନୋହିଲା,
ଅଧାକୁ ଅଧାରେ କିଏ ଯୋଡିଲା,
କିଛି ଜାଣି ନୋହିଲା,
କଷା ମିଠା ସ୍ୱାଦୁ ବାରି ନୋହିଲା।
ଅଧା ରହିଲା,
ଥିଲା କି କିଛି ଦୋଷ ପୂର୍ବର ଜଣା ନ ଗଲା,
କେଉଁ ଜଙ୍ଗଲରେ କିଏ ହଜିଲା,
କହିଲା କି କିଛି ଆଲୁଅ ଅନ୍ଧାରର ଲୁଚକାଳି ଖେଳ।
ଛଡାଇ ଥିଲି କାହାର ଭାଷାକି କେବେ?
ଭାତଥାଳିରେ କାହାର ପକାଇଥିଲି କି ଧୂଳି?
ପବନରେ ଉଡାଇ ଦେଇଥିଲି କି କାହାର
ଝାଳନାଳର ଖ୍ୟାତି ଅଖ୍ୟାତି ସଂପତ୍ତି?
କରୁଛି ଭାଳେଣି ଯିବି କୁଆଡିକି ଭାଙ୍ଗି ସ୍ଥିତାବସା
ଭୁଲି ରାଗରୁଷା କହିବି ଯା ଯା
ସବୁ ପରୀକ୍ଷାରେ
ପାସ କରିବାର ହୋଇଛି ଲେଖା
Bu şiiri puanla
Henüz puan verilmemiş