କାନ୍ଦୁଛି ଆଇଶାନୀ Aaeshanee Is Crying
G
0
Altın Yaprak
କାନ୍ଦୁଛି ଆଇଶାନୀ
କାନ୍ଦୁଛି ଆହୁରି ଆହୁରି,
ପ୍ରଥମ ଶ୍ରେଣୀ ଡେଇଁଲାଣି,
ବହୁତ କିଛି ଶିଖିଲାଣି,
ଯାହା ଯାହା ଦାଦୁ ହୋଇ
ପାରିନି ମୁଁ ଜାଣି,
ମୋବାଇଲ ସେଟ କରିବା,
ଟିଭି ଚାନେଲ ବଦଳାଇବା,
ଚୁପ୍ ଚୁପ୍ ଶୁଣୁଶୁଣୁ
ଅସଲ ମଂଜି କଥାଟିଏ କହିଦେବା,
କାର୍ ଚାବି ଖୋଜି ଆଣିବା,
ଚଟ୍ କିନା ହରଣ ଗୁଣନ କହିଦେବା,
ପାଣି ଗିଲାସେ ମାଗୁ ମାଗୁ ଆଣିଦେବା,
ସବୁ ପକ୍କା କଲାଣି,
ତଥାପି, ଭୟ ମୋଠି,
ଚଳିବ କେମିତି,
କରିବ କଣ କୋଉଠି,
ପଢିବ କଣ ସବୁ,
ରହିବ କାହା ସଙ୍ଗରେ କେତେବେଳେ,
ଏ ଆଶ୍ଚର୍ଯ୍ୟ ପୃଥିବୀରେ।
ଗଛ ଚଢା, ପ୍ରଜାପତି ଧରା,
ପାଣି ପହଁରା ଏ ଯାଏ ଶିଖିନି, ଆଇଶାନୀ।
ଏ ଯାଏ ମାଟି ଖୋଳା, ମାଟି ଚିକିଟା,
ମାଟି ମୂର୍ତ୍ତି ଗଢି ରଙ୍ଗ ଦେବା ଶିଖି ନି, ଆଇଶାନୀ।
କଣ ପାଇଁ ଆଇଶାନୀ
ଏକାକୀ ପାରୁ ନି ଯାଇ
ସାହୁ ଦୋକାନକୁ ବିସ୍କୁଟ ପାକେଟ କିଣି?
କଣ ପାଇଁ ଆଇଶାନୀ
ଛୁଟି ହେଲେ ଆସି ପାରୁନି,
ଯଦିଓ ସ୍କୁଲଠୁ ଘର ନିକଟରେ?
କଣ ପାଇଁ ସାଙ୍ଗଙ୍କ ସହିତ
ମୁକ୍ତ ଭାବରେ ଖେଳାବୁଲା ପାରୁନି କରି,
ଯଦିଓ ନୁହଁ ସେ ପଙ୍ଗୁ କି ଅଥର୍ବ,
ଯଦିଓ ଭଲ ମନ୍ଦ ବେଶ୍ ଜାଣେ ଆଇଶାନୀ ।
Bu şiiri puanla
Henüz puan verilmemiş