ଦେହ Body
G
0
Altın Yaprak
ଦେହ
ଗଜାନନ ମିଶ୍ର
ଏ ଦେହରେ
କଣ ନାଇଁ?
ଏ ଦେହରେ
କିଏ ନାଇଁ?
ଦେହ ପାଇଁ
ଯେତେ ଯାହା
ତୀର୍ଥବ୍ରତ,
ଦେହ
ତୀର୍ଥକ୍ଷେତ୍ର
ଦେହ
ତୀର୍ଥାନନ୍ଦ
ଦେହ
ତୀର୍ଥଙ୍କର।
ଦେହ ପାଇଁ
ଏ ସାକ୍ଷାତକାର
ତୁମର ମୋର।
ଦେହ ଦେହୀ
ବିଶ୍ୱରୂପେ ପ୍ରକାଶଇ
ସମୟାନୁଯାୟୀ।
ପାଣି ପାଷାଣ
ଦେହ ନିଶାଣ,
ନୀତି ବିଧିରେ
ଦେହକୁ କର ଅନୁମାନ
ଆଉ କର ସାର୍ଥକ
ଜନ୍ମ କର୍ମ ଧ୍ୟାନ ଧାରଣ
ଭୂମି ତୃଣ ନକ୍ଷତ୍ର କାରଣ।
ଦେହ
ଦେହ ପାଇଁ
ଏତେ ସେତେ ମୋହ।
ଦେହରେ ଅର୍ଥ
ଦେହରେ ସାମର୍ଥ୍ଯ
ଦେହ ଇ ନେବ
ଉର୍ଦ୍ଧ୍ବରୁ ଉର୍ଦ୍ଧ୍ବ
ହୁଅ କୃତାର୍ଥ।
ଦେହ ସ୍ୱର୍ଗ
ଦେହ ମର୍ତ୍ତ୍ୟ
ଦେହ ପାଇଁ ଜଗତ
ଜଗତ ପାଇଁ ଦେହ।
ଦେହ ଏକ
ଆଉ ଭିନ୍ନ ଭିନ୍ନ,
ପଚାର ନି
ଆଉ କିଛି ପ୍ରଶ୍ନ,
ପାଟି ପେଟ
ଗୁହ୍ୟ ଲିଙ୍ଗ
ହସ୍ତ ପାଦ
ସବୁ ଶୂନ୍ଯ ।
ଦେହରେ ଇ
ସବୁ ଜ୍ଞାନ ବିଜ୍ଞାନ
ଦେହ ଅଜ୍ଞାନ।
ଦେହକୁ ନେଇ
ଏଠାକାର ଏ ସବୁ
ରାତି ଆଉ ଦିନ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
14/05/2020
Bu şiiri puanla
Henüz puan verilmemiş