ଅଧା ଅଧା ସବୁ କିଛି ଆମ - 07 (Incompleteness - 07/ Odia Poem)
S
0
Altın Yaprak
ତୁମ ଆଖି, ଓଠ,
ସଵୁଜ ପଣତ
ଗୋଲାପୀ ଚିଵୁକ ଧାରେ-
କେବେ ଭରିଥିଲ
ଇନ୍ଦ୍ରଧନୁ ର
ରଙ୍ଗ ସେ ଆଇନା ରେ ।।
ସବୁତକ ସ୍ୱପ୍ନ
ମୋ ଛାତି ତଳର
ଯେଉଁ ଠାରେ ଲାଖି ଥିଲା-
ଆଜି ସେ କବରୀ
ସମୟ ଝଡ଼ ର
ଆଘାତ ରେ ଖୋଲା ଖୋଲା ।।
Bu şiiri puanla
Henüz puan verilmemiş