କବିତା ଉପରେ ଅବଶ୍ୟ ରଖିଥାଅ ନଜର, Keep Eyes On Poetry
G
0
Altın Yaprak
ଖୋଜୁଛ ଚମକ? ପାଇବ କୋଉଠି?
ତମ ଆଶା ତମ ଭରସା ରଖି ଥ ସାଇତି।
କବିତା ଉପରେ ଅବଶ୍ୟ ରଖିଥାଅ ନଜର,
ଗଣିବା ଆବଶ୍ୟକ ନାଇଁ ଦିନ ମାସ ବର୍ଷ।
ରିହାତିରେ କଣ ରଖିଛ ବିଶ୍ୱାସ?
ଭିନ୍ନ ବାଟରେ ଯାଉ ଯାଉ ପଡିବ ଆଖି
ଅଛି ଯୋଉଠି ଯୋଉଠି ଆକର୍ଷଣୀୟ ଜିନିଷ।
ଜୀବନ ଅଛି ତମଠି କରୁ ନି କେହି ଅସ୍ୱୀକାର।
ମଳିନ ଦିଶିଆସିଲାବେଳେ ପୁଣି ନୀଳ ଲାଲ ଜହ୍ନ ଦେଖି
ପାଇଯିବ ଯେତିକି ଯାହା ବଂଚିଯିବାକୁ ଯଥେଷ୍ଟ।
ବିଗିଡିବାର ନାହିଁ କିଛି ଦେଖ
ପୁଣି ପବନ ସଜାଡି ନେଉଛି ଘୋଷଣା କରିଦେଇ
ଅଛି ସେ ସେଇଠିଇ ଖାସ୍ ତୁମକୁ ରଖିବାକୁ ସୁଖରେ
ଯାହାର ପ୍ରମାଣ ରଖିଛି ସବୁଠୁ ଉପରେ।
Bu şiiri puanla
Henüz puan verilmemiş