ନୂଆ ଇତିହାସ New History
G
0
Altın Yaprak
1.
ଜାଣିଛ ମୋ ଭାଷା?
ଜାଣି ନ?
ଜାଣ କି ନ ଜାଣ
ଅଛ ଏତେ ଦିନ
ଆଉ ଅଛ କେମିତି-
ବଡ ପ୍ରଶ୍ନ।
ଗୋଡ ତଳୁ ଖସୁଛି ମାଟି,
ମୁଣ୍ଡ ଉପରୁ ଯାଉଛି ଚାଲି
ଆକାଶ ଆଉ କୁଆଡିକି,
ସବୁ ପଛେ କହିବି।
ଏବେ ଆଶ୍ଚର୍ଯ ଲାଗୁଚି
ତୁମକୁ ଧରି କେମିତି ଆଗେଇବି।
ହସିବି ନା କାନ୍ଦିବି,
ଜିରାରୁ ବାହାରକରି ଶିରା
କରିବାରେ ବ୍ୟସ୍ତ ତୁମେ
ନାଟକ ସିନେମା ଅପେରା।
ନ ଥାଆନ୍ତୁ ଲୋକେ କୋଉଠି,
ମାରିବାକୁ ଉଦ୍ୟତ ତୁମେ ବାଣ ଫୁଟେଇ।
ନାହିଁ ସନ୍ଦେହ, ନିଆଁକୁ ତୁମେ
ଧରୁଛ ହାତରେ ଆଉ
ଯାଉଛ ଜଳି ତୁଚ୍ଛାରେ।
ହସୁଛ ଆଉ କାନ୍ଦୁଛ,
ତୁମ ନିଜର କାରସାଦିରେ।
ପାରି ନ ରୋକି ସମୟ ଏଠାରେ।
ଢଙ୍କା ହୋଇଛି ଦିନର ସୂର୍ଯ୍ୟ,
ଢଙ୍କା ହୋଇଛି ବି ରାତିର ତାରା।
ଦୌଡ ପ୍ରତିଯୋଗିତା ଚାଲିଛି
ଆଉ ପାଣିଧାରରେ ଦିଶିଛି
ପବନର ହସ ଯାହାକୁ ଧରି
ଖୋଲା ସଂସାର ପସରା।
2.
ସୁନା କି ରୂପା,
ଧରିବି ଖପ୍ କିନା
ନୁହଁ ମୁଁ ବୋକା।
ଘୁଂଚି ଆସିବି ପଛକୁ
ଆଉ ହରେଇବି ନିଦ୍ରା,
ନୁହଁ ମୁଁ ବୋକା।
କହିବି ରାତିକୁ ଦିନ
ଆଉ କହିବି ସମୁଦ୍ରକୁ
ମରିଚୀକା, ନୁହଁ ବୋକା।
ଜନମ ମରଣ ନୁହଁ ଏକା,
ଆଉ ଘୁରୁଛି ମୁଁ ଚକା ଚକା।
କହିବି କାହାକୁ ଫେରା ଫେରା
ମୋର ଆଲୁଅ ମୋର ଅନ୍ଧାର,
ନୁହଁ ମୁଁ ବୋକା, ନୁହଁ ବୋକା।
ମୋଠି ଅଛି ମୁଁ
ନୁହଁ ଯଦିଓ ମୋର ମୁଁ
ସୁନାରୂପା ହୀରାମୋତି
ସବୁକୁ କରି ଏକାଠି
ପିନ୍ଧେଇବି ମୋର
ଘୋଡାକୁ ନ ହେଲେ
ମୋର କୁକୁରକୁ।
ଉଭୟ କୁକୁର ଆଉ ଘୋଡା
ରଖନ୍ତି ନି ମୋ ପାଇଁ ଗୁରୁତ୍ବ ।
ନୁହଁ ମୁଁ ବୋକା
ଦିଟାକୁ କରିବି ମୁକ୍ତ ଆଉ
ମୁଁ ଶୋଇ ପଡିବି ଅଚିନ୍ତା
ବରଂ ଦେଖିବି ଭିତରକୁ ପଶି
କିଏ ଘୂରୁଛି କେମିତି ଚକା ଚକା।
3.
କେତେ ଗୀତ ନ ଜାଣିଛି
ସଂଧ୍ୟାର ଏ ପକ୍ଷୀ,
କେତେ ସଂଧ୍ୟା ନ ଆସିଛି
ଏ ଜୀବନରେ ସତେ!
ଏ ଜୀବନ ଆମର
ସତରେ କେଡେ ସୁନ୍ଦର!
ସବୁ ସୁନ୍ଦରତାକୁ ନେଇ
ଆମେ ସତରେ ଧନ୍ୟ।
ସବୁ ଆଶା ହେଉଛି ପୂରଣ,
ନାହିଁ କିଛି ନିରାଶାର କାରଣ।
ଦୁଃଖର ହେଉ କି ହେଉ ସୁଖର,
ଜୀବନଟା ସବୁର ମିଶ୍ରଣ।
ପଚାର ନା କିଛି ପକ୍ଷୀକୁ,
ଜାଣେ ଆଉ ଚିହ୍ନେ ପକ୍ଷୀ
ମାଟିକୁ ଆଉ ଆକାଶକୁ।
ଆକାଶରୁ ମାଟି ଆଉ
ମାଟିରୁ ଆକାଶ ପକ୍ଷୀର
ଗତି ଆଉ ପ୍ରକୃତି,
ରାସ ଆଉ ପରିହାସ
ସୃଷ୍ଟି କରିବାକୁ ନୂଆ ଇତିହାସ।
Bu şiiri puanla
Henüz puan verilmemiş