ନାହିଁ ହାତ No Hands
G
0
Altın Yaprak
1.
ପୋଛି ଦେବାକୁ
ନାହିଁ ହାତ।
ପହଁରିବାକୁ
ନାହିଁ କାତ।
କାତ ଆଉ ହାତ
ନାହିଁ ଉଭୟ।
ରଖ ଠିକ୍ ରେ
ଦେହ ଆଉ ହୃଦୟ।
ଢେଉ ଆଉ ସମୁଦ୍ର
ଉଭୟେ ଏକାକାର।
ସକାଳର ବାଲି
ସଂଧ୍ୟାକୁ ଖାଲି।
ନିବିଡ ସଂପର୍କ
ସବୁ ଇନ୍ଦ୍ରଜାଲ।
ପୃଥିବୀ କାହାର?
ସବୁଠି ଅନ୍ଧାର।
ଭଙ୍ଗା ଭଙ୍ଗା
ମନ ଜହ୍ନ।
ମେଘ ହ୍ରଦ
କାହାଠି ହିସାବ?
ତାରା ନକ୍ଷତ୍ର
ସବୁ ଆମର।
ସକାଳ ସଂଧ୍ୟା
ଜୀବନ ବନ୍ଧା।
ବୁଡ କି ଉଡ
ଭଉଁରୀ ଖାଅ।
ଗହିର ବିଲ
ଆଳାପ ଖାଲ।
ନାବିକ ଗୀତ
ଦିଗ ଦିଗନ୍ତ।
ଆଦିମ ଭାଷ
ଆକାଶ ଗ୍ରାସ।
2.
କ୍ଷତି କାହାର
ମୁଁ ମୋ ଭାଷାରେ
ନ କହିଲେ?
ଇନ୍ଦ୍ରଜାଲ
କିଏ ଫିଟେଇବ
ମା ନ ଥିଲେ?
ମୋ ପରମାୟୂ
କେତେ ଜାଣିବ କିଏ
ସମୟକୁ ଉପେକ୍ଷା କଲେ?
ମୋ ଭିତରର
ଧୂଳିଝଡ ମତେ ଛାଡି
ଆଉ କାହାକୁ
ନେବ କେମିତି
ନେବ କେଉଁଆଡେ?
Bu şiiri puanla
Henüz puan verilmemiş