ନୁହେଁ ଶସ୍ତା Not Cheap
G
0
Altın Yaprak
1.
କିଏ ଦୋଷୀ?
ଯିଏ ଦୋଷୀ ସିଏ ଖାଲି
ଦେଖୁଛି ଚୁପଚାପ୍ ବସି।
ବିଅର୍ଥ ସବୁ,
କୂଟ କପଟରେ
ହୋଇ ଚାଲିଛି ସବୁ କ୍ଷୟ।
ଦ୍ରୋହୀ ବୋଲିବା ଲୋକ
ଅଛି କି ଆଉ କିଏ?
ଉଦୟ ଆଉ ଅସ୍ତରେ
ପଡୁ ନି ଜଣା ଠିକଣା।
ସଭିଏଁ କିନ୍ତୁ ଯେ ଯୋଉଠି
ଛଟପଟ ନିଜ ନିଜ ବିପତ୍ତିରେ।
ଧୂପଦୀପ ଗନ୍ଧବାସ ଦଧିଦୁଗ୍ଧ ଗୁଡମଧୁ
ସବୁ ହେଉଛି ନଷ୍ଟ, ନାହିଁ ସତ୍ଯ ଭେଟ।
କିଏ ଆଉ କେଉଁ କର୍ମ କରିବ
କୋଉ ବାଟେ ଯିବ, କଣ ସାଧିବ,
କିଛି କୋଉଠି କାହାରି ନାହିଁ ଯତ୍ନ।
ପଥ ପନ୍ଥା ନାଇଁ ଆଉ ଏକା,
ଅଇଲା ଗଲା ହେଲା ନି ଚୌକା ଛକ୍କା।
ପୀରତି ଭାଙ୍ଗିଲା, ତାଟକା।
2.
ନୁହେଁ ଶସ୍ତା, ନୁହେଁ
ଧୀରା ମୋ କବିତା।
ସୀମାହୀନ ଛୁଟିଯାଏ
ମୋ କବିତା, ଏରୁଣ୍ଡି ଡେଇଁ
କାହିଁ କେଉଁଆଡେ, ଥାଏ
ଯଦିଓ କିଛି ନିର୍ଦିଷ୍ଟତା।
ଭାବନାର ଖେଳ ଖାଲି
ନୁହେଁ ମୋ କବିତା, ସ୍ମୃତିର
ହଲଚଲ ଖାଲି ହୁଏ ନା ଏଠି।
ନୁହେଁ ବି ଧୂଳି ପାହାଡ କି
ଘୂର୍ଣ୍ଣି, ମୋ କବିତା ସଦା
ପତ୍ର ଫୁଲଭରା, କଳା
ବିଜ୍ଞାନ ଆଉ ସଂସ୍କୃତିର
ଚିରନ୍ତନ ଆଦି ପସରା।
ଆପଣା ପରିଚୟର
ଏକ ନକ୍ସା ମୋ କବିତା,
ନେଇ ଯାହାକୁ ଚଳପ୍ରଚଳ ମୁଁ,
ଜିତାହରାର ଖୋଲା କୋଠରୀରେ।
ଦିବ୍ୟ ଆଲୁଅର ମାନକ
ମାପଦଣ୍ଡ ମୋ କବିତା,
ପୁରୁଷ ପୁରୁଷ ଧରି ଯୋଉଟା
ଅଛି ଆଉ ଥିବ ସ୍ପଷ୍ଟ, ଅବଦଳ
ଜୀବନୀଶକ୍ତି ଧରି ସବୁ ସୌନ୍ଦର୍ଯ୍ୟର।
ପାଣ୍ଠିର ହେରଫେର ନାହିଁ ଏଠି,
ଫାଣ୍ଡିର ନାହିଁ ବି ଆବଶ୍ୟକତା,
ଆସିଲା ଯାହା, ଗଲା ବି ତାହା,
କିନ୍ତୁ ଯାହା ରହିଲା, ସେଥିରେ
ଅଭାବ କିଛି ନ ଥିଲା, ମୋ କବିତା।
ପୂର୍ଣ ଆଉ ଅପୂର୍ଣ ଉଭୟ ମୋ କବିତା,
ଜାଗେ, ଜଗାଏ।
ଲେଖେ, ଲେଖାଏ।
ଦେଖେ ଦେଖାଏ।
ଶୁଣେ, ଶୁଣାଏ।
ଆଉ ଏସବୁର ଭିତରେ
ସରଗ ଆଡକୁ ମୁହାଁଇଥାଏ
ସଭିଙ୍କୁ ସାଉଁଟି ଧରି
ମୁକ୍ତିର ଗୀତ ଗାଇ ଗାଇ
ଲେଉଟା ଅଣଲେଉଟା
ଉଭୟ ରାସ୍ତାରେ।
Bu şiiri puanla
Henüz puan verilmemiş