ସମୟ ପାହାଚରେ On The Staircase Of Time
G
0
Altın Yaprak
ସମୟ ପାହାଚରେ ଚଢି
ତୁମଠିକି ହିଁ ଯାଉଛି ମୁଁ।
ତୁମେ ହିଁ ଅଛ ବୁଝିବାକୁ
ଲାଭହାନି ସବୁ ମୋର।
ଯିବାବେଳେ ଅବିକାର ମୁଁ
ଆଉ ତୁମେ ଠିଆ ବାଟରେ
ପରଖିବାକୁ ଗତାଗତ ଧାରା
ନାହିଁ ଶବ୍ଦ ନାହିଁ ଅକ୍ଷର ମୋର।
ମୁଁ ମୋର ପାଦ ପକାଉଛି,
ଆଉ ପକାଇଲାବେଳେ ଦେଖୁଛି
କିଏ କୋଉଠି କଣପାଇଁ।
ବିଷ ହେଉ କି ଅମୃତ ମଣୁଛି
ସବୁକୁ ସମାନ ଆଉ ସେଥିରେ
ଭଲମନ୍ଦ ଯାଉଛି ଜାଣି।
Bu şiiri puanla
Henüz puan verilmemiş