ଆମ ଓଡିଶା Our Odisha
G
0
Altın Yaprak
ନିୟତ ରାଜ୍ୟ ଆମ୍ଭର ସେ ମଥୁରା ଦେଶ,
ଆମ୍ଭର ଦେଖୁ ଦେଖୁ ସେ ଯାଉଅଛି ନାଶ।-ଅଚ୍ୟୁତାନନ୍ଦ ଦାସ।
ଆମ ଓଡିଶା,
ଦେଖି ହସୁଛନ୍ତି ପଡିଶା।
ନାହିଁ ଭାଷା।
ନାହିଁ ଆଶା।
ନାହିଁ କାହା ଉପରେ
କାହାରି ଭରସା।
ଜାଣୁ, ଅନିତ୍ୟ ସଂସାର ଏହୁ
କାର ନୁହେ କିଛି,
ଭାଗ୍ୟଭୋଗା ବସୁନ୍ଧରୀ
ପୁରାଣେ କହିଛି।
ଆମ ହାତେ ଆମେ ଗଢିବା
ଭାଗ୍ୟ ଆସ ଭାଇ,
ଯଦ୍ୟପି ଶତ୍ରୁ ଆସି ହେବ ଉପଗତ
ନିହତ କରିବା ଭାଷା ପେଶି।
ଭାଷା ମାଆ,
ଭାଷା ଜନନୀ,
ଉନ୍ନତ କରି ମଥା ବଂଚିବା
କହି ପୁଣ୍ୟବାଣୀ।
ଆମେ ପବିତ୍ର ଶୁଦ୍ଧ ଜାତି,
କାଳ କାଳ ରହିବା ଧରି
ପୂର୍ବପୁରୁଷ ଜ୍ୟୋତି।
Bu şiiri puanla
Henüz puan verilmemiş