କହ ପବିତ୍ର Please Tell Pabitra
G
0
Altın Yaprak
ସୂର୍ଯ୍ୟ କଣ ସତରେ ଉଦୟ ହେଉଛନ୍ତି ପ୍ରତ୍ୟହ?
କହ ପବିତ୍ର, କହିଦିଅ ଏଠି ଅଛନ୍ତି ଯେଉଁମାନେ
ଜାଣନ୍ତୁ ସତ।
ଏଠି ଅଛନ୍ତି ଯେଉଁମାନେ,
ସେମାନଙ୍କୁ ଜାଣିବା କେମିତି ପବିତ୍ର?
କରୁଛି କଣ କିଏ ଆଉ କରୁଛି କଣ ପାଇଁ?
ପବିତ୍ର, ତୁମେ ହିଁ କହ, କହିଦିଅ ଏ କବିଙ୍କୁ।
କହିଦିଅ ଏଠି ନାହିଁ କେହି,
ଏଠି ନାହିଁ ସକାଳ ଏଠି ନାହିଁ ବି ଅନ୍ଧାର।
କହିଦିଅ ପବିତ୍ର, ଆସିଛ ତୁମେ,
ନୁହଁ ଯିବା ପାଇଁ।
Bu şiiri puanla
Henüz puan verilmemiş