ସେଇ ତାରା ସେଠାରେ That Star There
G
0
Altın Yaprak
ପ୍ରଜାପତିର ଚୁମ୍ୱନରେ
ମୁଁ କି ଆଉ ପାରିଲି ରହି
ମେଘଙ୍କ ଗହଣରେ
ଡାକିଲା ନଈ ଯେବେ
ଆକାଶର ବାରଣ୍ଡାରେ।
ଲୁହ ନୁହଁ,
ମିଠା ମିଠା ହସର ଫରୁଆ ଧରି
ଆସି ବସିଲି ଗଭୀର ବିଶ୍ୱାସରେ
ମାପିବାକୂ ହୃଦୟର ସ୍ପନ୍ଦନ।
ଯୋଉଠି ଉଙ୍କି ମାରୁଥିଲା ସ୍ୱପ୍ନ
ପୁଣି ଆସି ଗଣିଲା ଦିନ
ଆଶାର ବୈତରଣୀରେ।
ଏଇ ବିରାଟ ଯାତ୍ରାରେ
ମାଗିଲି ଯାହା ଯେତେ
ମିଳିଛି ବି ସେଥିରୁ କେତେ।
ହେଲା ଯେ
କହିଲା ଆରେ ବାଃ,
ଆଲୁଅରୁ ଆଉ ଅନ୍ଧାରରୁ ଉର୍ଦ୍ଧ୍ୱକୁ ଉଠି
ପଡୁଛି ମାପିବାକୁ ଯେବେ
ଥରୁଛି ଥର ଥର କାହାର ଭୟରେ
ସେଇ ତାରା ସେଠାରେ।
Bu şiiri puanla
Henüz puan verilmemiş