ଖୋଜିବା ର ସେଇ କେତେ ଦିନ- 06(Khojiba Ra Sei Kete Dina/Odia Poem-06)
S
0
Altın Yaprak
ତୁମ ସ୍ୱର ଶୁଭିଯାଏ
ନଇ ଆରପାରୁ
ସମୟ ର ତାଳବଣ
ବରଡା ଫାଙ୍କ ରୁ ।
ବାରମ୍ବାରଖାଲି ହାତେ
ପେରିଥିବା ନିଲଠା ଜହ୍ନ ରାତି
ଆଉ ବାରମ୍ବାରଭାଙ୍ଗିଥିବା
ବେସୁରା ବଂଶୀ ର
ଶୁଖିଲା ଓଠ ସ୍ୱର ରେ
ତମ କଅଁଳ ଡାକରା ର
ନରମ ଆମନ୍ତ୍ରଣ-
ତମ ଅଶ୍ରୁଳ ବିଦାୟ ର ଗୀତ ।।
ବାସୀ ମଡା ଆଖି ଲୁହ-
ବରଫ ବିନ୍ଦୁ ପରି
ମୋ ଛାତି ର ଅଶୁଣା ସ୍ପନ୍ଦନ ।
ବିଧବ କପାଳ ର
କଳା କଳା ଆକାଶ ରେ
ସିନ୍ଦୁରିତ, ଅସହାୟ,
ଅଧା ଗଢା ଭଙ୍ଗା ଚୁଡି
ଖନ ଖନ ସ୍ୱର ଶୁଭିଯାଏ ।।
ସମୟ ର ତାଳ ବଣ
ବରଡା ଫାଙ୍କ ରୁ
ମରଣ ର ନଈ ଆରପାରୁ
ତୁମ ସ୍ୱର, କଅଁଳିଆ
ଡାକ ଶୁଭିଯାଏ ।।
Bu şiiri puanla
Henüz puan verilmemiş