ସେଇ ନାଟର In That Drama

G Gajanan Mishra Gajanan Mishra
0 Altın Yaprak
ଯହିଁ ଦେଖ ତହିଁ ନାଟ କଳାଧଳାର, ଆଉ ସେହି ନାଟରେ ନାହିଁ ପାପାପାପ ନାହିଁ ଭଲମନ୍ଦ ନାହିଁ ଶୁଭାଶୁଭ ବିଚାର। ସେହି ନାଟରେ ଜନ୍ମଜାତକ ସମସ୍ତଙ୍କର ସବୁଠି। ଉତ୍ପତ୍ତି ସ୍ଥିତି ପ୍ରଳୟ ସେଇଠି ଯୋଉଠି ଆରମ୍ଭ ଓ ଶେଷ ସେଇ ନାଟର। ଏଇଠି ସମସ୍ତେ ଯେ ଯାହାର ବ୍ୟସ୍ତରେ, ଯେ ଯାହାର ସଂକଟରେ, ଯେ ଯାହାର ହସକାନ୍ଦର ଗର୍ତରେ। ଆଶ୍ଚର୍ଯ୍ୟ, ଅସଲ ସମସ୍ୟାଠୁ ଦୂରେଇ ଦେଇ ସଭିଏଁ ବ୍ୟାକୁଳ ନିଜ ନିଜର କେଜି ବଟକରାରେ ମାପିବାକୁ ମାଟି ଆଉ ଆକାଶ। ନିଜ ରୂପକୁ ନିଜେ ଦେଖିବାକୁ ନ ଚାହିଁ ସାରୁଛନ୍ତି ସମୟ ମାୟା ପଛେ ଧାଇଁ ଧାଇଁ। ମାୟା ତ କରି ଚାଲିଛି ନାଟ ମୁହୂର୍ତରୁ ମୁହୂର୍ତ ଆଉ ସେଥିରେ ସବୁ ମୋହିତ ଆଉ ତୁଚ୍ଛାରେ ଜଣେ ଆନକୁ କରୁଛି ଦଣ୍ଡବତ, ଶରଣ ପାଦଗତ। ନାହିଁ ନାହିଁ ଅନୁଭବ ବର୍ଣିବାକୁ ନାହିଁ ସମୟ। ବୁଝିନିଅ ଜନ୍ମ ରାଶି ନକ୍ଷତ୍ର ମୁହଁ ଦେଖି କହିଦିଅ କେତେବେଳ ଆଉ ଚାଲିବ ଏଠି ପହରୁ ପହର। ମାଛି ମାଙ୍କଡର ଏ ଖେଳଘର, ପବନ ବଚନ ଜୀବନ ପ୍ରଖରରୁ ପ୍ରଖର।

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.