କବିତା ଲେଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ To Those Who Write Poems
G
0
Altın Yaprak
କବିତା ଲେଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ
ଗଜାନନ ମିଶ୍ର
ଏଇଟା ଉପଯୁକ୍ତ ସମୟ,
ଏ ସମୟରେ ନିଜ ଭାବନା ପ୍ରତି
ନିଜ ଶବ୍ଦ ପ୍ରତି ନିଷ୍ଠାବାନ ହୋଇ
ଆଗକୁ ଆଗକୁ ମାଡି ଚାଲିଲେ
ଇତିହାସ ବଦଳି ଯିବ।
ବିଭିନ୍ନଆଡୁ ନାନାଦି ସମସ୍ୟା ଆସିପାରେ,
କେତେକୁଆଡୁ କଣ ପ୍ରଲୋଭନ ଦିଶିପାରେ,
ଗରିକଣ୍ଟାର ଖାଦ୍ୟକୁ ଲୋଭ କରି
ସେଥିରେ ଲଟକି ଗଲେ ବରବାଦ
ହୋଇଯାଇପାରେ ସବୁକିଛି।
ଏ ସମୟ ସତର୍କ ରହିବାର ସମୟ,
ଏ ସମୟ ମାଛ ଆଖିକୁ ଅର୍ଜୁନ ଦେଖିଲା ପରି
ସତ୍ୟକୁ ଆବିଷ୍କାର କରି ଶ୍ରଦ୍ଧାର ଆଲୁଅ
ନିକ୍ଷେପ କରିବାର ସମୟ।
ଏ ସମୟ ଅନନ୍ତ ଇତିହାସ ସାକ୍ଷୀ ରହିବ
କଣ କରୁଛ କୁଆଡେ ଯାଉଛ,
ନିଜର ପରୀକ୍ଷା ଦେଇ ଦେଇ ଚାଲିଛ
ନିଜେଇ ନିଜ ପାଖରେ।
ନିଜେ ଇ ସ୍ୱୟଂଭୁ, କିଛି କହିବାର
ଧୃଷ୍ଟତା କରୁ ନି ଆଗକୁ।
ଆଗେଇ ଚାଲ ଯିଏ ଯୋଉଠି
ଯୋଉଭଳି ଅଛ, ଆବଶ୍ୟକ ନାଇଁ
ଭିତରେ ରଖିବା କୌଣସି ପ୍ରକାରର ଭୟ।
ଦେଖ ଜିତାପଟ ତୁମରି ପାଦତଳକୁ
ଆସୁଛି ସ୍ୱତଃ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
16/10/2019
Bu şiiri puanla
Henüz puan verilmemiş