କବିତା ଲେଖା Writing Poetry
G
0
Altın Yaprak
କିଏ ବନ୍ଦ କରି ପାରବା କବିତା ଲେଖା?
ଗଜାନନ ମିଶ୍ର
କେନ ସଲା?
କେନ ସମଧି?
ଆରେ ପୁହେ!
କବିତା ଏନ୍ତା
ଲେଖାହଉଥିଲା
ଲେଖା ହଉଛେ
ଲେଖା ହଉଥିବା।
ତୁମେ ସଭେ ପଢବାର କଥା।
ନେଇଁ ପଢଲେ
କେନ୍ତେହି ଜାନବ!
ନେଇଁ ଜାନଲେ
ବଲବଫୁ କେନୁ ଆରୁ ପାଏବ?
ଜାହିଁ ଜ ଜେନ ରହ
କବିତା ଅଛେ ବଏଲେ
ତମେ ଅଛ,
ଭାବ ପେରେମ ଅଛେ,
ତମେ ଅଛ ବଏଲେ
ଦୁନିଆଁ ଅଛେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/10/2019
Bu şiiri puanla
Henüz puan verilmemiş