ଆମେ ପୁଣି ଏକତ୍ର We Are Again Together
G
0
Altın Yaprak
କହି ହେଉ ନି,
ଆଉ ଯାହା ହେଉଛି କହି
ତାହା କହିବାର ନ ଥିଲା
ଭାବି ଲାଜ ଲାଗୁଛି।
କହିବାବେଳେ ଆସୁଥିଲା
ଯୋଉ ଶବ୍ଦଗୁଡାକ
ଡକା ହୋଇ ନ ଥିଲା
ସେଥିରୁ କାହାକୁ।
ବଳେ ପଶି ଗଣ୍ଡଗୋଳର ସୂତ୍ର
ଟାଣିବାରେ ଓସ୍ତାଦ ଏମାନେ
ଆଉ ମୁଁ ରହିଲାବେଳକୁ ସତର୍କ,
ମୁହଁଲୁଚା ଦେଇ ପଛ କବାଟବାଟେ
ଚଂପଟ ଦେବାରେ ବ୍ୟସ୍ତ ଏମାନେ
ଦମ୍ଭ ନାହିଁ ଠିଆ ହେବାକୁ ସାମ୍ନେ।
ଆମେ ପୁଣି ଏକତ୍ର
ଆମେ ଆମର ପ୍ରେମରେ
ଆମର ସତ୍ୟରେ।
ଆମେ ପୁଣି କହିବାକୁ ପ୍ରସ୍ତୁତ
ନାହିଁ ଯାହା ଶବ୍ଦରେ।
Bu şiiri puanla
Henüz puan verilmemiş