ଆମେ ଦୁଇ We Two
G
0
Altın Yaprak
ଆମେ ଦୁଇ
ଗଜାନନ ମିଶ୍ର
ଦୁଇ ଆମେ ଏକ,
ଆମ ଭିତରେ
ନାଇଁ କିଛି ପ୍ରଭେଦ।
ମଝି ମଝିରେ
କିଛି ଧୂଳି
ଆସୁଛି ଉଡି ପବନରେ,
ବାହାର କରିଦେଉଛି ଲୁହ
ଆଖିରୁ ଆମର।
ଦେଖି ପାରୁନୁ ଭଲକରି
ଆମର ସତ୍ୟ ସ୍ୱରୂପ।
ବର୍ଷାରେ ଭିଜୁଛୁଁ ଆମେ,
ଖରାରେ ସିଝୁଛୁଁ,
ନ ହେଲା ହିନସ୍ତା ହେଉଛୁଁ
କପାଳଲିଖନ ଭାବି ସହୁଛୁଁ।
ଆମେ ଏକ,
ଏ ସକାଳର ସୂର୍ଯ୍ୟ ଭଳି
ଆମେ ଝଟକୁଛୁଁ
ମାଟି ଉପରେ।
ଆମେ ହେଉଛୁଁ ପ୍ରସ୍ତୁତ
ଦେବାକୁ ଦୁନିଆଁକୁ
ନୂଆ ଜୀବନର ଜ୍ଞାନାଲୋକ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
16/12/2020
Bu şiiri puanla
Henüz puan verilmemiş