ଆମେ କେମିତି ନିଆଁ! What Type Of Fire We Are!
G
0
Altın Yaprak
ନର୍କ କୋଉଟା?
ଆଉ କୋଉଟାକୁ
କହୁଛ ସ୍ୱର୍ଗ?
କାହିଁକି ରଖୁଛ ଡରାଇ
ଏତେବେଳେ ଆମକୁ ଏଠି?
ଦୁର୍ବଳ ମୁହୂର୍ତ କୋଉଟା?
ଆଉ କେତେବେଳେ ଆମେ
ଯାଉଛେ କୋଉଠିକି?
ଅଛି କଣ ହାତରେ?
ଆଉ ଆମେ ଛାଡୁଛେ
କଣ କେତେବେଳେ?
ଆମ ସ୍ଥିତି କଣ?
ଆଉ ଆମେ ଜାଣିଛେ କଣ?
ସନ୍ତୋଷ ରହନ୍ତି କେମିତି
ଜାଣି ନେ ଏ ଯାଏ।
ଆମ ବିଶ୍ୱାସ
ଆମ ପରିଚିତିକୁ
ଆଘାତ ଦେଲାବେଳେ
ତଥାପି ଆମେ ରହୁଛେ
ନୀରବ କିଆଁ?
ଆମେ କେମିତି ନିଆଁ!
Bu şiiri puanla
Henüz puan verilmemiş