ସବୁ ପ୍ରେମ ବିଷୟରେ All About Love
G
0
Altın Yaprak
ଆଉ ଆଉ ପ୍ରଶ୍ନ
ଗଜାନନ ମିଶ୍ର
ପ୍ରେମ,
ହଁ ପ୍ରେମ
କରୁଥିଲି କି କେବେ?
ମୁଁ କିଏ ପ୍ରେମ କରିବାକୁ?
ପ୍ରେମ କଣ କରିହୁଏ
ଏମିତି ସେମିତି!
ପ୍ରେମ କାହାକୁ କିଏ କରେ?
ପ୍ରେମ କରୁଥିବା ହେମ
ଗଲାଣି କେବେଠୁ!
ଆଉ ଶୀତ ବର୍ଷା ଖରାରେ
ଦହଗଂଜ ହେଉଛି ଯାହା ଧରଣୀ!
ପ୍ରେମର ମାନେ କହିବାକୁ
କି ବୁଝି ବୁଝେଇବାକୁ ନାହାନ୍ତି
କେହି ଜଣେ ଏଠାରେ!
ପ୍ରେମ କଥା ଛାଡି
ଜୀବନ କଥା କହ, ଯିଏ ସଦା
କରିବାକୁ ହିନସ୍ତା ସଦା ତୟାର।
ପବନ କଥା କହ, ଯିଏ ସଦା
କୁଆଡକୁ ନା କୁଆଡକୁ
ପଳେଇବାକୁ ସଦା ବ୍ୟଗ୍ର।
ଆଉ ଦେବ ସଭାରେ
ଶିବ ବି ଭୋଳ, ମତିଭ୍ରମ।
ପଚାର ନା ପଚାର ନା
ପ୍ରେମକୁ ନେଇ
ଆଉ ଆଉ ପ୍ରଶ୍ନ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/10/2019
Bu şiiri puanla
Henüz puan verilmemiş